
ବନୋମହୋତ୍ସବ ସପ୍ତାହ ପାଳନର ତୃତୀୟ ଦିନରେ ଢ଼ସର ଗ୍ରାମ ପଞ୍ଚାୟତର ମହାପର୍ବତ ପାଦଦେଶରେ ଥିବା ବ୍ରାହ୍ମଣୀ ଦେଇ ମୁଣ୍ଡିଆରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ନେସ୍କୋର ଆହ୍ବାନର ପ୍ରାତଃ ଭ୍ରମଣକାରୀଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର “ସମ୍ପାଦକ ତଥା “ପ୍ରକୃତିବନ୍ଧୁ” ବଳରାମ ପାଇକରାୟ ପରିଚାଳନା କରିଥିଲେ । ଢ଼ସର କୃଷକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତ୍ରୀଜୟ କୁମାର ପ୍ରଧାନ ଓ ରାଧଶ୍ଯାମ ବେହେରା , ଶିକ୍ଷକ ଭରତ ଚନ୍ଦ୍ର ରାଉତ,ସ୍ବେଚ୍ଛାସେବୀ ଅଞ୍ଜଳି ପ୍ରଧାନ, ପ୍ରତୀକ୍ଷା ପ୍ରଧାନ, ମୂରଲୀଧର ମହାନ୍ତି, ଲୋକନାଥ ସ୍ବାଇଁ, କବିରାଜ ସାହୁ, ଲକ୍ଷ୍ମୀଧର ରାଉତ ଓ ବାଙ୍କନିଧି ଗୋଛି ପ୍ରଭୃତି ଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି । ଏହି ମହତ କାର୍ଯ୍ଯକୁ ଅନୁଷ୍ଠାନର ଅଧ୍ୟକ୍ଷ ଉମାକାନ୍ତ ପଣ୍ଡା, ସାମ୍ବାଦିକ ମୃଚ୍ଯୁଞ୍ଜୟ ପ୍ରଧାନ, ଶୁଭେନ୍ଦୁ ମହାପାତ୍ର, ପ୍ରକୃତିବନ୍ଧୁ ଗୌତମ ମିଶ୍ର ପ୍ରଭୃତି ଉତ୍ସାହିତ କରୁଥିବାବେଳେ ସ୍ଥାନୀୟ ବୁଦ୍ଧିଜୀବିମାନେ ଉଚ୍ଚ ପ୍ରଶଂସା କରିଥିଲେ ।।