ଓଡିଶା
ବ୍ୟବସାୟୀ ଙ୍କୁ ଆକ୍ରମଣ କରି ଟଙ୍କା ଲୁଟ l
ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକ ପଣ୍ଡୁଆ ଫାଣ୍ଡି ନିକଟରୁ ବ୍ୟବସାୟୀ ଙ୍କୁ ଭୁଜାଲି ରେ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି ଦୁର୍ବୃତ୍ତ l ଜିରାଳ ଗ୍ରାମ ର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର୍ ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ୍ ଭ୍ଯାନ ଯୋଗେ ଜିନିଷ ଆଣିବାକୁ କଟକ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଗାଡି ଟିକୁ ଅଟକାଇ ଭୁଜାଲି ରେ ଅଭିମନ୍ୟୁ କୁ ଆକ୍ରମଣ କରି ଡ୍ରାଇଭର କୁ ବନ୍ଧୁକ ଦେଖାଇ ଏକ ବ୍ୟାଗ୍ ରେ ଥିବା ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମରିଛନ୍ତି l ଖବର ପାଇ ପଣ୍ଡୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l