ଓଡିଶା

ରାସ୍ତା ମରାମତି ଦାବିରେ ଏନ୍ ଏଚ୍ ୫୫ ବାଇପାସ୍ ଛକ ରେ ରାସ୍ତା ରୋକ l

କଟକ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଏନ୍ ଏଚ୍ ୫୫ ରାସ୍ତା ର ଦୁରାବସ୍ଥା ପାଇଁ ଢେଙ୍କାନାଳ ବାଇପାସ୍ ଠାରେ ରାସ୍ତାରୋକ କରାଯାଇଥିଲା l ଏହି ରାସ୍ତା ରୋକ ଦ୍ଵାରା ହାଜର ହଜାର ସଂଖ୍ୟାରେ ଯାନବାହନ ରାସ୍ତା ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା l ଏହାଦ୍ୱାରା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଦିର୍ଘ ଦୁଇ ଘଣ୍ଟା ପରେ ଟାଉନ୍ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇଥିଲେ ମଧ୍ଯ ରାସ୍ତା ରୋକ ହଟିନଥିଲା l ଜନସାଧାରଣ ଙ୍କ ଦାବୀ ଥିଲା ଯେ ଜିଲ୍ଲା ପ୍ରଶାସନ ଓ ଏନ୍ ଏଚ୍ କର୍ତ୍ତୃପକ୍ଷ ଆସି ନିର୍ଭର ପ୍ରତିଶ୍ରୁତି ଦେଲେ ରାସ୍ତା ରୋକ ହଟାଯିବ l ପରେ ନୂତନ ଭାବେ ଏନ୍ ଏଚ୍ କାର୍ଯ୍ୟ କରିବାକୁ ନେଇଥିବା ଠିକା ସଂସ୍ଥା ଏମ୍ ଏସ୍ ଆଇ ଏଲ୍ ର କର୍ତ୍ତୃପକ୍ଷ ପହଞ୍ଚି ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ଯ କରିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button