ଶ୍ୱଶୁର କୁ ବିଭତ୍ସ ଭାବେ ହତ୍ୟା କଲା ଜ୍ୱାଇଁ l
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ରେ ଏକ ବିଭତ୍ସ ହତ୍ଯାକାଣ୍ଡ ଘଟିଛି l ବିଳମ୍ବିତ ରାତିରେ ଅନ୍ଧାର ର ସୁଯୋଗ ନେଇ ଶ୍ୱଶୁର କୁ ହତ୍ୟା କରିଛି ଜ୍ୱାଇଁ l ୧୦ ବର୍ଷ ତଳେ ମୃତ ପର୍ଶୁରାମ୍ ବାରିକ ଙ୍କ ଝିଅ ସେହି ଗ୍ରାମର ରମଣ ବେହେରା ଙ୍କୁ ପ୍ରେମ ବିବାହ କରିଥିଲେ i ପର୍ଶୁରାମ ଜ୍ୱାଇଁ ରମଣ ଙ୍କ ଯୌତୁକ ବାବଦ ୩୦ ହଜାର ଟଙ୍କା ଦେଇଥିଲେ l ଏଥିରେ ରମଣ ସନ୍ତୁଷ୍ଟ ନ ହୋଇ ସ୍ତ୍ରୀ ଙ୍କ ସହିତ ସବୁବେଳେ ଝଗଡା କରୁଥିଲେ l ରମଣ ନିଜ ସ୍ତ୍ରୀ ଙ୍କୁ ହତ୍ୟା କରିବା ପାଇଁ ରଚିଥିଲା ଏକ ବଡ ଧରଣର ଯୋଜନା l ଘରେ ଏକ ଫାଶି ଦଉଡି ପ୍ରସ୍ତୁତ କରି ରଖି ଥିଲା ସ୍ତ୍ରୀ କୁ ମାରି ଟାଙ୍ଗୀ ଦେବାକୁ l ଏହା ଜାଣିପାରି ସ୍ତ୍ରୀ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା l ପର୍ଶୁରାମ ଏଥିରୁ ନିବୃତ୍ତ ରହିବାକୁ ଜ୍ୱାଇଁ ରମଣ କୁ ବୁଝାଶୁଝା କରିବା ସମୟରେ ରକ୍ତମୁଖା ହୋଇଥିବା ରମଣ ଏକ ଧାରୁଆ ଟାଙ୍ଗୀଆ ରେ ପର୍ଶୁରାମ ଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା l ମହାବୀର ରୋଡ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l