ଶ୍ରେୟା ଅନୁଷ୍ଠାନ ପକ୍ଷରୁ ୭ମ ବାର୍ଷିକ ଉତ୍ସବ ପାଳିତ l
ଢେଙ୍କାନାଳ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଶ୍ରେୟା ପକ୍ଷରୁ ୭ ମ ବାର୍ଷିକ ଉତ୍ସବ ଏବଂ ମୁଁ ଶ୍ରେୟା ଯୁବ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଜ୍ଯୋତିରଞ୍ଜନ ମହାରଣାଙ୍କ ନେତୃତ୍ବରେ ଚିତ୍ରାଙ୍କନ, ଗୀତ, ଯୁଗ୍ମ ନୃତ୍ୟ, ବାଦ୍ୟ ନୃତ୍ୟ, ବକ୍ତୃତା ଏବଂ ସଙ୍ଖ ବାଦନ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ପ୍ରଛଦପଟ କଣ୍ଠଶିଳ୍ପୀ ସ୍ମରଣିକା ନନ୍ଦ, ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦ ର ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ଵର୍ଦ୍ଧିତ କରିଥିଲେ l ଶ୍ରୀ ରାଜେନ୍ଦ୍ର କୁମାର ପତି ଙ୍କୁ ସ୍ଵର୍ଗତ ବସନ୍ତ ମିଶ୍ର ” ସ୍ମାରକୀ” ସମ୍ମାନ ପ୍ରଦାନ କରାଯାଇଥିଲା l ଶ୍ରୀ ଚାରୁ ଚନ୍ଦ୍ର ମିଶ୍ର ଙ୍କୁ ସ୍ଵର୍ଗତ ରାମଚନ୍ଦ୍ର ମହାନ୍ତି “ସ୍ମାରକୀ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଚେସ୍ ରେ ଢେଙ୍କାନାଳ ଜିଲ୍ଲାର ପ୍ରତିନିଧିତ୍ଵ କରୁଥିବା ତାନଭି ମିଶ୍ର ଓ ସାନଭି ମିଶ୍ର ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ଆସୁଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଛି l ଅନୁଷ୍ଠାନ ର ସଭାପତି ଶ୍ରୀମତୀ ପ୍ରିୟଙ୍କା ରାଉତ ଉପସ୍ଥିତିରେ ଶ୍ରୀମତୀ ସ୍ଵର୍ଣ୍ଣ ଲତା ମିଶ୍ର ସଭାପତିତ୍ବ କରିଥିଲେ l ଶ୍ରେୟା ଚେସ୍ ଏକାଡେମୀ ର ନିର୍ଦ୍ଦେଶିକା ସାଗରିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l