ଓଡିଶା

ଢେଙ୍କାନାଳ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୟନ୍ତୀ ପାଳିତ l

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲାପ୍ରଶାସନ ଓ ପୌରପରିଷଦ ପକ୍ଷରୁ ରାହାଗିରି ବା ପଥ ଉତ୍ସବ ପାଳନ କରାଯାଇଛି l ସକାଳେ ପୌରପରିଷଦ ର କାଉନ୍ସିଲର, କର୍ମଚାରୀ ମାନଙ୍କ ତରଫରୁ ଗାନ୍ଧୀ ମାର୍ଗ କୁ ସଫେଇ କରାଯାଇଥିଲା l ଗାନ୍ଧୀ ପାର୍କ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ସାଂସଦ ଶ୍ରୀ ମହେଶ୍ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଓ ଅନ୍ୟ ପ୍ରାଶାସନିକ ଅଧିକାରୀ ମାନେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଢେଙ୍କାନାଳ ଷ୍ଟାଡିୟମ୍ ଠାରେ ପୂର୍ବତନ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ, ଜିଲ୍ଲା କୋର୍ଟ ଚ୍ଛକ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜି, ଜିଲ୍ଲାପାଳ କାର୍ଯ୍ଯାଳୟ ପରିସରରେ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରାଯାଇଥିଲା l ଏଥିରେ ସାଂସଦ ଶ୍ରୀ ମହେଶ୍ ସାହୁ, ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ସମସ୍ତ କାଉନ୍ସିଲର ଯୋଗ ଦେଇଥିଲେ l ଏହି ରାହାଗିରି କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ମାର୍ସାଲ ଆର୍ଟ୍, ଝୋଟି, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା l କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button