ଓଡିଶା

ଢେଙ୍କାନାଳ ଲକ୍ଷ୍ମୀପୂଜା ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ l

ଢେଙ୍କାନାଳ ସହର ରେ ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ ଚାଲୁଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ସହର ର ମୁଖ୍ୟ ରାସ୍ତା ୬ ଘଣ୍ଟା ଅବରୋଧ l କୈବଲ୍ୟ ବଜାର୍ ଓ ଜୁବୁଲି ଟାଉନ – ୨ ମଧ୍ୟରେ ସୀମା ବିବାଦ, ସାଇକେଲ ଷ୍ଟାଣ୍ଡ୍ କୁ ନେଇ ବିବାଦ ଉଗ୍ର ରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷ ର ରୂପ ନେଇଛି l ଏହା ମଧ୍ଯ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଛି l ଏହାର ପ୍ରତିବାଦରେ କୈବଲ୍ୟ ବଜାର ପକ୍ଷରୁ ସହର ର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା l ଏତେ ସମୟ ଅବରୋଧ ଦ୍ଵାରା ରାସ୍ତା ର ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଥିଲା l ଜନ ସାଧାରଣ, ଛାତ୍ର ଛାତ୍ରୀ, ଚାକିରିଆ, ବ୍ୟବସାୟୀ, ଦୂର ଦୂରାନ୍ତ ରୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଏହି ସମସ୍ୟା ପାଇଁ ଦୁଇ ଗୋଷ୍ଠୀ ର ଦୁଇ ପରିବାର ବର୍ଚ ଶ୍ୱ ଲଢେଇ, ଓ ରାଜନିତୀ ପାଇଁ ଗଣପର୍ବ କୁହାଯାଉଥିବା ଢେଙ୍କାନାଳ ଲକ୍ଷ୍ମୀ ପୂଜା ଫିକା ପଡିବାର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି l

Related Articles

Leave a Reply

Your email address will not be published. Required fields are marked *

Back to top button