ଓଡିଶା

ଜାତୀୟ ରାଜପଥ ୫୫ ନେଲା ଦୁଇ ଜୀବନ l

ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଜାତୀୟ ରାଜପଥ ନଂ ୫୫ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀ ଙ୍କ ଜୀବନ ହାନି ଘଟିଛି l ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ବାଇକ୍ ଆରୋହୀ ଙ୍କୁ ଧକ୍କା ଦେଇଥିଲା l ପ୍ରାରମ୍ଭିକ ସୂଚନା ମୁତାବକ ମୃତକମାନେ ହେଲେ ଅଁଳାବେରେଣି ଗ୍ରାମର ଭରତ ଦେହୁରୀ ଓ ମହୁଲି ଗ୍ରାମର ମୁରଲୀ ସାହୁ ବୋଲି ଜଣାପଡିଛି l ଟ୍ରକ୍ ଟି କୁ ପୋଲିସ ଜବତ କରିଛି l

Related Articles

Leave a Reply

Your email address will not be published. Required fields are marked *

Back to top button