ଓଡିଶା

କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ l

ଢେଙ୍କାନାଳ ସହର ଶ୍ୟାମା ଚରଣପୂର ସ୍ଥିତ ସେୟାର ଭବନ ଠାରେ କାର୍ସିନୋଭା ଫାଉଣ୍ଡେସନ୍ ଏବଂ କାର୍ସିନୋଭା ହସ୍ପିଟାଲ କଟକ ପକ୍ଷରୁ ଏକ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ୍ ସାହୁ ଯୋଗ ଦେଇ କହିଥିଲେ ଯେ ନୂତନ ଜ୍ଞାନ କୌଶଳ ଓ ଆଧୁନିକ ଚିକିତ୍ସା ପଦ୍ଧତି ଦ୍ୱାରା ଏହି ଦୁରାରୋଗ୍ୟ ଭଲ ହୋଇପାରୁଛି l କଟକ କ୍ୟାନସର ହସ୍ପିଟାଲ ରେ ତ୍ୱରିତ ଚିକିତ୍ସା ସୁବିଧା ମିଳୁନଥିବା ବେଳେ ଓଡିଶା ରେ ଅନେକ କ୍ୟାନସର ହସ୍ପିଟାଲ ଖୋଲାଯାଇଥିବାର ଏନେଇ ସଚେତନତା ସୃଷ୍ଟି କରାଯାଉଛି ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ରୂପେ ଆଙ୍କୋଲୋଜିଷ୍ଟ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର, ଯନ୍ତ୍ରଣା ଉପଶମ ବିଭାଗ ଡାକ୍ତର ଶୋଭନ୍ ରଥ, ସେୟାର ଅନୁଷ୍ଠାନ ର ନିର୍ଦେଶକ ଲିୟାକତ ଅଲ୍ଲୀ, ଏନ୍ ଆର୍ ଜି ଏସ୍ ସଂଯୋଜକ ଅମରେନ୍ଦ୍ର ମଲ୍ଲ ଯୋଗ ଦେଇ କର୍କଟ ରୋଗର ଲକ୍ଷଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କ ସହ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ଭାଗ ନେଇ ଏହି ସଚେତନତା ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ କରିବାକୁ ମତବ୍ୟକ୍ତ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button