ଓଡିଶା

ଢେଙ୍କାନାଳ ବିଜେପି ର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ l

ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଲେଡି ବ୍ଲାକ୍ ମେଲରେ ଅର୍ଚନା ନାଗ କେଳେଙ୍କାରୀ ଙ୍କୁ ନେଇ ସାରା ରାଜ୍ୟରେ ଚହଳ ପଡିଥିବା ବେଳେ ଏହି କେଳେଙ୍କାରୀ ରେ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ଦୁଇ ବିଧାୟକଙ୍କ ନାମ ଆସିବା ପରେ ତାଙ୍କୁ ତୁରନ୍ତ ତଦନ୍ତ ପରିସରଭୃକ୍ତ କରିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି l ଏବଂ ସରକାର ଏକ ଶ୍ୱେତପତ୍ର ଜାରି କରି କେଉଁ ମାନଙ୍କୁ ନାମ ଉକ୍ତ କେଳେଙ୍କାରୀ ରେ ଜଡିତ ଅଛି ତାହା ପ୍ରକାଶ କରିବାକୁ ବକ୍ତା ମାନେ ନିଜ ଭାଷଣରେ ଦାବୀ ଉପସ୍ଥାପନ କରିଛନ୍ତି l ସରକାର ଯଦି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଏହି ଅନ୍ଦୋଳନ ପଞ୍ଚାୟତ ପର୍ଯ୍ୟନ୍ତ ଜୋରଦାର୍ କରିବାପାଇଁ ନିଷ୍ପତ୍ତି ନିଆଯାଇଛି l ଏହି ଧାରଣା, ବିକ୍ଷୋଭ ପ୍ରଦର୍ଶନ ରେ ପୂର୍ବତନ ରାଜ୍ଯ ସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନୀଲ ଶର୍ମା, ଜିଲ୍ଲା ସଭାପତି ନରେଶ ମହାପାତ୍ର, କୃଷକ ନେତା ରାମଚନ୍ଦ୍ର ପାତ୍ର, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ସମସ୍ତ ବିଜେପି କାଉନ୍ସିଲର, ମାତୃ ପ୍ରସାଦ ନନ୍ଦ, ମିଡିଆ ପ୍ରଭାରୀ ନବ କିଶୋର ଗୁରୁ ପ୍ରମୁଖ ଯୋଗ ଦେଇଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button