ଓଡିଶା

ସହର ମଧ୍ୟରେ ବେପରୁଆ ଗାଡି ଚାଳନା ଯୋଗୁଁ ପୁଣି ଏକ ମୁଣ୍ଡ ଗଡିଲା l

ଢେଙ୍କାନାଳ ସହର ମଧ୍ୟସ୍ଥ ବି ବି ହାଇସ୍କୁଲ ଛକ ଠାରେ ବିଦ୍ୟାର୍ଥୀ ରେସିଡ଼େନ୍ସିଆଲ କଲେଜ ବସ ଧକ୍କା ରେ ରିନା ସାମଲ ନାମକ ମହିଳା ପଥଚାରୀ ଙ୍କ ମୃତ୍ୟୁ ଘଟିଛି l ସେ ଗୁଡ଼ିଆନାଳି ସ୍ଥିତ ସମ୍ପର୍କୀୟ ଘରେ ରହି କାମଧନ୍ଦା କରି ପାରିବାର ପ୍ରତିପୋଷଣ କରନ୍ତି l କାମକୁ ବାହାରିଥିବା ସମୟରେ ବିଦ୍ୟାର୍ଥୀ କଲେଜ୍ ବସ ବେପରୁଆ ଭାବେ ଧକ୍କା ଦେଇଥିଲା l ତାଙ୍କୁ ତୁରନ୍ତ ଢେଙ୍କାନାଳ ମୁଖ୍ୟ ମେଡିକାଲ ଭର୍ତି କରାଯାଇଥିବା ବେଳେ ମୃତ୍ୟୁ ଘଟିଥିଲା l ଟାଉନ୍ ଥାନା ପୋଲିସ ବସ ଟି କୁ ଜବତ କରି ତଦନ୍ତ ଚଳାଇଛି l ଘରୋଇ ସ୍କୁଲ କଲେଜ ଗୁଡିକର ପାଠପଢା ଓ ଛୁଟି ପ୍ରାୟ ସମାନ ସମୟରେ ହୋଇଥିବାରୁ ବସ ଗୁଡିକ ମଧ୍ୟରେ ଆଗ ପହଞ୍ଚିବା ପାଇଁ ପ୍ରତିଯୋଗିତା ଲାଗିରହିଥାଏ l ବସ ଗୁଡିକର ବେପରୁଆ ଚାଳନା, ଆଗ ପହଞ୍ଚିବା ପ୍ରତିଯୋଗିତା, ଯୋଗୁଁ ସହର ମଧ୍ୟରେ ସବୁ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେବା ସହ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି l

ହୃଦାନନ୍ଦ ମହାନ୍ତି ଙ୍କ ରିପୋର୍ଟ ଢେଙ୍କାନାଳ ପ୍ଲସ୍ l

Related Articles

Leave a Reply

Your email address will not be published. Required fields are marked *

Back to top button