ଓଡିଶା
ଢେଙ୍କାନାଳ ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ l
ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ସିଭିଲ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି l ଜାତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦ ର ଓକିଲ ମାରଣ ନୀତି ବିରୁଦ୍ଧରେ ଏହି ସତ୍ୟାଗ୍ରହ କରାଯାଇଛି l ଓକିଲ ମାନେ କୌଣସି ପ୍ରକାର ଆନ୍ଦୋଳନ କଲେ ସଂପୃକ୍ତ ସଂଘ କୁ ରଦ୍ଦ କରାଯିବାସହ, ଓକିଲ ଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ଏହାର ପ୍ରତିବାଦ ସ୍ୱରୂପ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଶ୍ରୀ ସଞ୍ଜୟ କୁମାର ମିଶ୍ର ଙ୍କ ନେତୃତ୍ଵରେ ଓକିଲ ମାନେ ଧାରଣା ଓ ସତ୍ୟାଗ୍ରହ କରିଛନ୍ତି l