ଓଡିଶା ରାଜସ୍ୱ ଅମଲା ସଂଘ ୪ ର୍ଥ ତ୍ରୟୋ ବାର୍ଷିକୀ ରାଜ୍ଯ ସମ୍ମିଳନୀ l
ଓଡିଶା ରାଜସ୍ୱ ଅମଲା ସଂଘ ୪ ର୍ଥ ତ୍ରୟୋ ବାର୍ଷିକୀ ରାଜ୍ୟ ସମ୍ମିଳନୀ ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଛି l ମିନି ଷ୍ଟାଡିୟମ ଠାରେ ଏହି ସମ୍ମିଳନୀ କୁ ମୁଖ୍ୟ ଅତିଥି ଭାବେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉଦଘାଟନ କରିଥିଲେ l ଏହି ଅବସରରେ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଅମଲା ମାନେ ସଫଳ ରୂପେ କାର୍ଯ୍ୟକାରିତା କରୁଥିବାରୁ ମନ୍ତ୍ରୀ ପ୍ରସଂଶା ସହ ଧନ୍ୟବାଦ ଦେଇଥିଲେ l ସଂଘ ପକ୍ଷରୁ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ ବିବରଣୀ ପାଠ କରିବା ସହ ୯ ଦଫା ଦାବି ଉପସ୍ଥାପନ କରିଥିଲେ l ଏହି ଦାବୀ କୁ ଗୁରୁତର ସହ ବିଚାର କରିବା ପାଇଁ ମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଖଣି ଇସ୍ପାତ୍ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ. ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗଦେଇଥିଲେ l ଦୁଇ ଦିନିଆ ଏହି ସମ୍ମିଳନୀ ରେ ୩୦ ଟି ଜିଲ୍ଲାର ଅମଲା ମାନେ ଯୋଗ ଦେଇଥିଲେ l