ଓଡିଶା

ବିଚାରାଧିନ କଏଦୀ ଙ୍କ ମୃତ୍ୟୁ ରେ ଉତ୍ତେଜନା l

ଢେଙ୍କାନାଳ ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ ବେଶାଳିଆ ଗ୍ରାମର ଅଥାନି ଦେହୁରୀ ଏକ ଅବକାରୀ ମାମଲା ରେ ଗିରଫ ହୋଇ ଢେଙ୍କାନାଳ ଜେଲ ରେ ଥିଲେ l ଅଥାନି ଙ୍କ ଦେହ ଖରାପ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା, କର୍ତ୍ତୃପକ୍ଷ ଙ୍କ କହିବା ଅନୁସାରେ ତାଙ୍କ ର ସେଠାରେ ମୃତ୍ୟୁ ଘଟିଥିଲା l ଅଥାନି ଙ୍କ ପରିବାର ଲୋକେ ତାଙ୍କୁ ଭେଟିବା ପାଇଁ ଜେଲ ଯାଇଥିବା ସମୟରେ ଜାଣିବାକୁ ପାଇଲେ ଚିକିତ୍ସାଳୟ ରେ ତାଙ୍କ ମୃତ୍ୟୁ ଘଟିଛି l ଚିକିତ୍ସାଳୟରେ ପହଞ୍ଚି ପରିବାର ତରଫରୁ ତାଙ୍କୁ ମାରିଦିଆଯାଇଛି ବୋଲି ସନ୍ଦେହ କରିଥିଲେ l ଏଥିପାଇଁ ଚିକିତ୍ସାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button