ଓଡିଶା

ପାଣି ପାଇଁ ହାହାକାର l

ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ଦ୍ଵାରା ପ୍ରତି ଘରକୁ ପାନୀୟଜଳ ଯୋଗାଣ ସଫଳତାର ଡିଣ୍ଡିମ ପିଟୁଥିବା ବେଳେ ଢେଙ୍କାନାଳ ସହର ଠାରୁ ମାତ୍ର ୫ କି ମି ଦୂରରେ ଅବସ୍ଥିତ ସଦର ବ୍ଲକ ଅର୍ନ୍ତଗତ ଗୋବିନ୍ଦପୁର ପଞ୍ଚାୟତ ର ମରାଙ୍ଗପାଲ ଗ୍ରାମ ଏହି ଯୋଜନାରୁ ବଞ୍ଚିତ l ଏହି ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମରେ ଦଶ ବର୍ଷ ତଳେ ଏକ ସରକାରୀ ନଳକୂପ କରାଯାଇଥିଲା l କିନ୍ତୁ ପରିତାପର ବିଷୟ ଏହି ନଳକୂପ ଟି ଦିର୍ଘ ଦିନ ହେବ ଅଚଳ ହୋଇଯାଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ l ଏଥିପାଇଁ ଗ୍ରାମ ବାସୀ ମାନେ ୫୦ ବର୍ଷ ତଳର ଏକ ପରିତ୍ୟକ୍ତ କୂପ ରୁ ପାନୀୟଜଳ ବ୍ୟବହାର ପାଇଁ ବାଧ୍ଯ ହେଉଛନ୍ତି l ଉତ୍କଳ ସମାଜ ଢେଙ୍କାନାଳ ସମ୍ପାଦକ ଙ୍କ ନେତୃତ୍ଵରେ ବହୁ ସଂଖ୍ୟାରେ ପୁରୁଷ ଏବଂ ମହିଳା ମାନେ ଗରା ବାଲଟି ଧରି ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ୧୫ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଉତ୍କଳ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି l ଏଥିରେ ସାଧାରଣ ସମ୍ପାଦକ ଡ : ଭାସ୍କର ଜେନା, ଜିଲ୍ଲା କମିଟି ସଦସ୍ୟ ଉମାକାନ୍ତ ପରିଡା, ଶ୍ରୀକାନ୍ତ ନାୟକ, ପ୍ରଳୟ କୁମାର ମଲିକ ପ୍ରମୁଖ ଯୋଗ ଦେଇଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button