ସହରବାସୀଙ୍କୁ ଦୂଷିତପାଣି ପିଆଇବାକୁ ଶପଥ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ l
ଢେଙ୍କାନାଳ ଜନସ୍ୱାସ୍ଥ୍ୟ ବିଭାଗ ର ଖାମଖିଆଲି ମନୋଭାବ ପାଇଁ ଅନେକ ସମୟରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ସହରବାସୀ l ବିଭାଗର ମନୋମୁଖୀ କାର୍ଯ୍ୟ ଯୋଗୁଁ ସହରବାସୀ ବିଭିନ୍ନ ସମୟରେ ଅଘୋଷିତ ପାନୀୟଜଳ ଯୋଗାଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ବିଭାଗ ପକ୍ଷରୁ ସହର ମଧ୍ୟରେ ପାଇପ୍ ଲାଇନ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ମାସ ମାସ ଧରି ଖାଲଖମା ସୃଷ୍ଟି କରାଯାଉଛି l ଏହାର ଜ୍ୱଳନ୍ତ ଉଦାହରଣ ଶାସନ ଛକ ଠାରେ ଦୁଇ ମାସ ରୁ ଉର୍ଦ୍ଧ ସମୟ ଧରି ମରାମତି ପାଇଁ ଖୋଳା ଯାଇଥିବା ଗର୍ତ୍ତଗୁଡିକ ଅଦ୍ୟାବଧି ବନ୍ଦ କରାଯାଇନାହିଁ l ଉକ୍ତ ପାଇପ୍ ଲାଇନ ଟି ମରାମତି ନହେବାରୁ ଡ୍ରେନ୍ ପାଣି ଗର୍ତ୍ତ ମଧ୍ୟରେ ପ୍ରବେଶ କରୁଥିବାରୁ ସହର ବାସୀ ଏହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି l ଏହି ଗର୍ତ୍ତଗୁଡିକ ପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି l ପାୱାରଫୁଲ ଯନ୍ତ୍ରୀ ଜଣକ ଏଠାରେ ବହୁଦିନରୁ ଅବସ୍ଥାପିତ ଥିବାରୁ ସରକାରଙ୍କ 5t କାର୍ଯ୍ୟକ୍ରମ କୁ ରୂପାନ୍ତରିତ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି l ଯନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି l