ଓଡିଶା
ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସ୍ଵେଚ୍ଛାକୃତ ରକ୍ତଦାନ I

ସଡକ ପରିବହନ ପ୍ରାଧିକରଣ ପକ୍ଷରୁ ସାରା ରାଜ୍ୟରେ ଚଳିତ ମାସ କୁ ସଡକ ସୁରକ୍ଷା ମାସ ଭାବେ ପାଳନ କରାଯାଉଛି l ଏହି ଅବସରରେ ଢେଙ୍କାନାଳ ବସ ଷ୍ଟାଣ୍ଡ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆର୍ ଟି ଓ ଶ୍ରୀ ପ୍ରଣୟ କୁମାର ମିଶ୍ର ସମେତ ବିଭାଗର କର୍ମଚାରୀ, ସ୍ଵେଚ୍ଛାସେବୀ ବସ ସଂଘ ର କର୍ମକର୍ତ୍ତା ରକ୍ତ ଦାନ କରିଥିଲେ l ଏମ୍ ଭି ଆଇ ଶ୍ରୀ ଦେବାଶିଷ ସ୍ୱାଇଁ ଙ୍କ ସହଯୋଗରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା l