ଓଡିଶା
ଢେଙ୍କାନାଳଜିଲ୍ଲା କୁ ଗର୍ବିତକଲେ ବାଳିକା ହକି ଦଳ l

ପୂର୍ବାଞ୍ଚଳ ହକି ପ୍ରତିଯୋଗିତା ଯାଜପୁର ଠାରେ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା ରେ କଟକ, ଢେଙ୍କାନାଳ, ଭୁବନେଶ୍ବର, ଯାଜପୁର, ପାରାଦୀପ, ନୟାଗଡ଼, ଛତ୍ରପୁର୍, ରଣପୁର, ଗୋବରାଘାଟି ପ୍ରଭୂତି ହକି ଦଳ ସାମିଲ ହୋଇଥିଲେ l ଫାଇନାଲ ମ୍ୟାଚରେ ଢେଙ୍କାନାଳ ଜିଲ୍ଲା ବାଳିକା ହକି ଦଳ ସୁଟଆଉଟ ରେ ଘରୋଇ ଯାଜପୁର ଜିଲ୍ଲା ବାଳିକା ହକି ଦଳକୁ ୧- ୦ ରେ ହରାଇ ବିଜୟ ଲାଭ କରିଥିଲେ l ଏହି ଅବସରରେ ଢେଙ୍କାନାଳ ମାଟି କୁ ଗର୍ବିତ କରିଥିବା ବାଳିକା ହକି ଦଳ ଓ କୋଚ୍ ସାଇ ପ୍ରସାଦ, ବାବୁଲା ପ୍ରସାଦ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l