ଓଡିଶା

ବଡଦିନ ପାଳିତ l

ଆଜି ପବିତ୍ର ବଡ଼ଦିନ ବା ଖ୍ରୀଷ୍ଟମାସ l ଆଜି ର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରାଯାଉଛି l ଏହି ଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ଶାନ୍ତି, ମୈତ୍ରୀ ଓ ପ୍ରେମର ବାର୍ତ୍ତା ନେଇ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ ବୋଲି ମାନ୍ୟତା ରହିଛି l ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସ୍ଵାଗତ ଲାଗି ଚର୍ଚ୍ଚ ( ଖ୍ରୀଷ୍ଟିୟ ଉପାସନା ପିଠ) ଗୁଡିକରେ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି l ଏହି ଉପଲକ୍ଷେ ଢେଙ୍କାନାଳ ସହର ମଧ୍ୟରେ ଥିବା ବାପଟିଷ୍ଟ୍ ଚର୍ଚ୍ଚ ରେ ଖ୍ରୀଷ୍ଟିୟ ଭାଇ ଭଉଣୀ ଓ ଭକ୍ତ, ଶ୍ରଦ୍ଧାଳୁ ମାନେ ନୂତନ ବସ୍ତ୍ର ପରିଧାନ କରି ଏକତ୍ର ହୋଇ ସମୁହ ପ୍ରାର୍ଥନା କରି ଏହିଦିନଟିକୁ ହର୍ଷୋଲ୍ଲାସର ସହିତ ପାଳନ କରୁଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button