ଓଡିଶା

ଢେଙ୍କାନାଳ ରେ ଇଦ – ମିଲାଦ – ଉନ୍ – ନବି ପାଳିତ l

ଢେଙ୍କାନାଳ ସହର କାଞ୍ଚନ ବଜାର ସ୍ଥିତ ମୋତି ମସଜିଦ ଠାରେ ଇଦ୍ – ମିଲାଦ – ଉନ୍ – ନବି ୨୦୨୨ ( ୧୪୪୪ ହୀଜିରି)ବହୁ ଆଡ଼ମ୍ବର ସହିତ ପାଳନ କରାଯାଇଛି l ବହୁ ସଂଖ୍ୟାରେ ମୁସଲମାନ ଭାଇ, ଶ୍ରଦ୍ଧାଳୁ, ଭକ୍ତମାନେ ମସଜିଦ୍ ରେ ପ୍ରାର୍ଥନା କରିବା ସହ ପ୍ରଫେଟ ମହମ୍ମଦ ଙ୍କର ଜନ୍ମ ଦିନ ପାଳନ କରିଛନ୍ତି l ଏହି ଅବସରରେ ଏକ ଶୋଭାଯାତ୍ରା ମୋତି ମସଜିଦ ଠାରୁ ବାହାରି ସହର ର ମୁଖ୍ୟ ରାସ୍ତା ଦେଇ ଗଣେଶ ବଜାର ଠାରୁ ଶାସନ ଛକ ପହଞ୍ଚି ସାହି ବସ୍ତି ପରିକ୍ରମା କରିଥିଲା l ଧର୍ମଗୁରୁ ଏମ୍ ଡି ଜଲାଲୁଦ୍ଦୀନ୍ ପ୍ରଫେଟ ମହମ୍ମଦ ଙ୍କର ବାଣୀ ପାଠ କରି ସୁଖ, ଶାନ୍ତି, ସମୃଦ୍ଧି, ର ବାର୍ତ୍ତା ପ୍ରଦାନ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button