ଓଡିଶା

ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ l #power cut dhenkanal #

ଦିନକୁ ଦିନ ଟାଟା ପାୱାର ର ଦବଙ୍ଗଗିରୀ ବୃଦ୍ଧି ପାଇବାରେ ଲାଗିଛି l ବର୍ଷ ସାରା ରକ୍ଷଣାବେକ୍ଷଣ ନାମରେ ବିଦ୍ୟୁତ କାଟ କରି ଜିଲ୍ଲା ବାସୀଙ୍କୁ ସୁଚାରୁରୂପେ ବିଦ୍ୟୁତ ବିତରଣ କରିବାପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସାଦୃଶ୍ଯ ହୋଇଛି l ରାଜ୍ଯ ରେ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବା ବେଳେ ପାରଦ ୪୪ ଡିଗ୍ରୀ ଉପରେ ଥିବାରୁ ଟାଟା ପାୱାର ର ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜ୍ ସମସ୍ୟା ଉପଭୋକ୍ତା ଙ୍କୁ ତ୍ରାହି ତ୍ରାହି ଡାକିବାକୁ ବାଧ୍ୟ କରିଛି l ବିନା ଘୋଷଣା ରେ ବିଦ୍ୟୁତ୍ କାଟ ହେବନାହିଁ, ଲୋ ଭୋଲଟେଜ୍ ସମସ୍ୟା ତୁରନ୍ତ ସମାଧାନ ପାଇଁ ଟାଟା ପାୱାର ସରକାରଙ୍କୁ ନିର୍ଭର ପ୍ରତିଶୃତି ଦେଇ ଥିଲା l କି ଦିନ କି ରାତି ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ମନୋମୁଖୀ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜ୍ ସମସ୍ୟା ଜାରି ରହିଛି l

Related Articles

Leave a Reply

Your email address will not be published. Required fields are marked *

Back to top button