ଓଡିଶା

ଢେଙ୍କାନାଳ ର ଗୌରବ ସୂରଜ ଖାଁ l

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଗୁଜୁରୀହାଟ ୫ ନଂ ୱାର୍ଡ଼ର ବାସିନ୍ଦା ସୂରଜ ଖାଁ ପିତା ହବିବ ଖାଁ ନିଜସ୍ବ ଜ୍ଞାନ କୌଶଳ ରେ ଏକ ଅତ୍ୟାଧୁନିକ ଇଲେକ୍ଟ୍ରି ମୋଟରସାଇକଲ୍ ନିର୍ମାଣ କରିଛନ୍ତି ଯାହାକି ଅତ୍ୟନ୍ତ ପ୍ରଶଂଶନୀୟ ଓ ଉଚକୋଟିର l ପୂର୍ବରୁ ମଧ୍ୟ ସେ ଏକ ସୁନ୍ଦର କୁଲର୍, ପାୱାର ବ୍ୟାଙ୍କ, ଓ କଲିଙ୍ଗ୍ ବେଲ, ତିଆରି କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ l ଏହାକୁ ସେ ନିଜସ୍ୱ ଜ୍ଞାନକୌଶଳ ଓ ଅଦରକାରୀ ସମାଗ୍ରୀ ରୁ ପ୍ରସ୍ତୁତ କରିପାରିଛନ୍ତି l ସୂରଜ ଙ୍କ ପରିବାର ଭୁବନ ବୀର ବାଜିରାଉତ ମାଟିକୁ ଗୌରବାନ୍ବିତ କରିପାରିଛନ୍ତି l ପରିବାର ସଦସ୍ୟ ପ୍ରସାଶନିକ କ୍ଷେତ୍ରରେ, ନ୍ୟାୟପାଳିକା କ୍ଷେତ୍ରରେ, ଶିକ୍ଷା, ସ୍ୱାସ୍ଥ୍ୟ, ସାମ୍ବାଦିକତା ପରି ସେବାରେ ନିଜକୁ ନିୟୋଜିତ କରିପାରିଛନ୍ତି l ସୂରଜ ଙ୍କ ଜେଜେ ବାପା ସ୍ଵର୍ଗୀୟ ଉଜିର ଖାଁ ୫ ନଂ ୱାର୍ଡ଼ର ପ୍ରଥମ କାଉନ୍ସିଲର ସେତେବେଳେ ନିଜସ୍ୱ ଜ୍ଞାନକୌଶଳ ରେ ଇଲେକ୍ଟ୍ରି ବାଇକ୍ ତିଆରି କରି ବ୍ୟବହାର କରିଥିଲେ l ପ୍ରୋତ୍ସାହନ ମିଳିଲେ ସୂରଜ କିଛି ନୂଆକରିବାର ଇଚ୍ଛା ପ୍ରକାଶ କରିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button