ଓଡିଶା

ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ : ନବାଗତ ଙ୍କ ସହ ଲଢିବେ ଦୁଇ ଅଭିଜ୍ଞ l

ଢେଙ୍କାନାଳ ଲୋକସଭା ଆସନ ପାଇଁ କଂଗ୍ରେସ ଓ ବିଜେପି ର ଦୁଇ ଅଭିଜ୍ଞ ଙ୍କ ସହିତ ବିଜେଡି ର ନବାଗତ ନିର୍ବାଚନ କୁ ଓହ୍ଲାଇଛନ୍ତି l ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ର ଦୁର୍ଗ ଥିଲା l ୨୦୦୪ ମସିହାରୁ ଏହାକୁ ବିଜେଡି ନିଜ ଅକ୍ତିଆରରେ ରଖିଛି l ବିଜେପି ୩ ଥରର ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଙ୍କ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନ ମୈଦାନ କୁ ଓହ୍ଲାଇଛି। ବିଜେଡି ତାର ବର୍ତମାନ ର ସଂସାଦ ମହେଶ ସାହୁ ଙ୍କ ଟିକେଟ କାଟି ନବାଗତ ଡଃ ଅଭିନାଶ ସାମଲ ଙ୍କୁ ଟିକେଟ ବଣ୍ଟନ କରିଛି l ସେହିପରି କଂଗ୍ରେସ ରୁ ଢେଙ୍କାନାଳ ର ପୂର୍ବତନ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭଜମନ ବେହେରା ଙ୍କ ଝିଅ ସସ୍ମିତା ବେହେରା ଙ୍କୁ ପାର୍ଥି କରାଯାଇଛି l କଂଗ୍ରେସ ର ଏହି ଫାୟାରବ୍ରାଣ୍ଡ ନେତ୍ରୀ ଜଣକ ପୂର୍ବରୁ ରାଜ୍ୟ ମହିଳା କଂଗ୍ରେସ ର ସଭାନେତ୍ରୀ, ଅନୁଗୁଳ ଜିଲ୍ଲାପରିଷଦ ର ସଭାନେତ୍ରୀ ରହିବା ସହ ତାଳଚେର ରୁ ବିଧାୟକ ଭାବେ ନିର୍ବାଚିତ ଲଢ଼ିଥିଲେ l ଏହି ତିନି ଦଳ ର ନେତାମାନେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି l ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ତ୍ରିମୂଖୀ ଲଢେଇ ଜୋରଦାର୍ ହେବ ବୋଲି ଜନସାଧାରଣ ରେ ଚର୍ଚା ହେଉଛି l

Related Articles

Leave a Reply

Your email address will not be published. Required fields are marked *

Back to top button