ଓଡିଶାଖେଳଜୀବନଶୈଳୀଦେଶବିଦେଶମନୋରଞ୍ଜନରାଜନୀତି

ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଦେଶ ଛାଡି ପଳାଇବେ ବୋଲି ଜଣାପଡିଛି । କୁହାଯାଉଛି ଯେ ଟ୍ରମ୍ପ ସ୍କଟଲ୍ୟାଣ୍ଡ ଚାଲିଯିବା ପାଇଁ ଯୋଜନା କରୁଛନ୍ତି । ଜାନୁଆରୀ ୨୦ରେ ବାଇଡେନ ଶପଥ ନେବାକୁ ଥିବା ବେଳେ ୧୯ ତାରିଖରେ ଟ୍ରମ୍ପ ବ୍ୟବହାର କରୁଥିବା ଆମେରିକୀୟ ସେନା ବିମାନ ବୋଇଙ୍ଗ ୭୫୭ ବିମାନ ଆସି ପହଞ୍ଚିବ । ୧୯ ତାରିଖରେ ହିଁ ସେ ଏହି ବିମାନରେ ସ୍କଟଲ୍ୟାଣ୍ଡ ପଳାଇବେ । ସେନା ବିମାନ ଜାନୁଆରୀ ୧୯ରେ ପହଞ୍ଚିବ ବୋଲି ସ୍କଟଲ୍ୟାଣ୍ଟର ପ୍ରେଷ୍ଟୱିକ ବିମାନବନ୍ଦରକୁ ସୂଚନା ଦିଆଯାଇଛି । ଏହି ବିମାନକୁ ଟ୍ରମ୍ପ ପୂର୍ବରୁ ବ୍ୟବହାର କରିଥିଲେ । ସ୍କଟଲ୍ୟାଣ୍ଟରେ ଟ୍ରମ୍ପଙ୍କର ଏକ ଗଲଫ ରିସର୍ଟ ରହିଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଲଢିବାକୁ ଘୋଷଣା କରିପାରନ୍ତି । ତେବେ ଯେଉଁଦିନ ବାଇଡେନ ଶପଥନେବେ ସେହି ଦିନ ହିଁ ସେ ଏହି ଘୋଷଣା କରିପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button