ଓଡିଶା
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।
ଢେଙ୍କାନାଳ ଜିଲ୍ଲା ରେ ବିଭିନ୍ନ ଅଦାଲତରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀ ଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତ ରେ ଜିଲ୍ଲାର ସମସ୍ତ ଅଦାଲତ ର ମୋଟ ୩୮୧ ଟି ମାମଲା ଫଏସଲା କରାଯାଇଛି l ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ପ୍ରାପ୍ୟ ବାବଦ ୧କୋଟି ୪୨ ଲକ୍ଷ ୨ ହାଜର ପ୍ରଦାନ କରାଯାଇଥିବାବେଳେ ଅନ୍ୟାନ୍ୟ ମାମଲା ଗୁଡିକରେ ଜିଲ୍ଲାର ସମସ୍ତ ଅଦାଲତ ରେ ରୁଣ ଫଏସଲା ବାବଦ ୪୨ ଲକ୍ଷ ୧୫ ହଜାର ୧୪୧ ଟଙ୍କା ଆଦାୟ ହୋଇଛି l ଏହି ଲୋକ ଅଦାଲତ ରେ ବିଚାରପତି ଶ୍ରୀ ସୂର୍ଯ୍ୟନାରାୟଣ ଦ୍ଵିବେଦୀ, ଚିନ୍ମୟ ମିଶ୍ର, ସୁବାସ ଚନ୍ଦ୍ର ଧଳ, ଲୋପାମୁଦ୍ରା ପଣ୍ଡା, ସୁନୀଲ କୁମାର ସାହୁ, ଶୁଦ୍ଧି ରଞ୍ଜନ ଦାସ, ଶ୍ରୀ ମୟୀ ନନ୍ଦ, ରେଜିଷ୍ଟ୍ରାର ଅଳକା ନନ୍ଦ ମହାନ୍ତି ଉପସ୍ଥିତ ଥିଲେ l