ଓଡିଶା
ବାକଯୁଦ୍ଧରେ କମ୍ପିଲା ନିର୍ବାହୀ ଅଧିକାରୀ କକ୍ଷ l
ଢେଙ୍କାନାଳ ପୌରପାଳିକା ର ନିର୍ବାହୀ ଅଧିକାରୀ ଙ୍କ କକ୍ଷରେ କାଉନ୍ସିଲର, ଉପ ନଗରପାଳ ଓ ନଗରପାଳିକା ଙ୍କ ସ୍ୱାମୀ ଙ୍କ ମଧ୍ୟରେ ବାକଯୁଦ୍ଧ ହୋଇ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା l ବିଭିନ୍ନ କାଉନ୍ସିଲର ଙ୍କ ଅଭିଯୋଗ ଥିଲା ଯେ ତାଙ୍କୁ ମିଟିଙ୍ଗ କୁ ନ ଡାକି, ତାଙ୍କ ଅଜାଣତରେ ବିଭିନ୍ନ ନିଷ୍ପତ୍ତି ନେଇ ନଗରପାଳିକା ଙ୍କ ସ୍ଵାମୀ ତାଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରୁଛନ୍ତି l ଏଥିପାଇଁ ଉଭୟ ଦଳର କାଉନ୍ସିଲର, ଉପ ନଗରପାଳ ନିର୍ବାହୀ ଅଧିକାରୀ ଙ୍କ କକ୍ଷ ରେ ଏକତ୍ରୀତ ହୋଇ ପରସ୍ପର ପ୍ରତି ବାକଯୁଦ୍ଧ ଆରମ୍ଭ କରିଥିଲେ l ଉପ ନଗରପାଳ ଙ୍କ ଏକ ବକ୍ତବ୍ୟ କୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା l ବରିଷ୍ଠ କାଉନ୍ସିଲର, ନିର୍ବାହୀ ଅଧିକାରୀ, କାର୍ଯ୍ୟାଳୟ କର୍ମଚାରୀ ଙ୍କ ହସ୍ତକ୍ଷେପ ଫଳରେ ପରିବେଶ ଶାନ୍ତ ହୋଇଥିଲା l