ସମସ୍ୟା ଘେରରେ ଢେଙ୍କାନାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ l
ଢେଙ୍କାନାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହିଷୀଆଁପାଟ ର ବିଭିନ୍ନ ସମସ୍ୟା କୁ ନେଇ ଅଭିଭାବକ ମାନେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଅଭିଭାବକ ମାନଙ୍କ ଅଭିଯୋଗ ହେଲାଯେ ମିଡ୍ ଡେ ମିଲ୍ ଅତି ନିମ୍ନମାନର ହୋଇଥିବାରୁ ଏହାକୁ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେଉଛନ୍ତି l ସ୍କୁଲ ଛୁଟିର ସମୟ ଅପରାହ୍ନ ୪ ଟା ହୋଇଥିବା ବେଳେ ଏହାର ବ୍ୟତିକ୍ରମ କରାଯିବା ଦ୍ଵାରା ଦୂର ଦୂରାନ୍ତ ରୁ ଆସୁଥିବା ଛାତ୍ର ଛାତ୍ରୀ ୫ ଟା ପରେ ଘରେ ପହଞ୍ଚୁଛନ୍ତି l ଛାତ୍ରଛାତ୍ରୀ ମାନେ ଖରାରେ ପଡିଆ ରେ ଘାସ ଓପାଡିବା, ପଡିଆ ସଫା କରାଇବା ଦ୍ୱାରା ତା ପରଦିନ ସ୍କୁଲ ଯିବାପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି l ସ୍କୁଲ ରେ ତିନିଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିଲାବେଳେ ସ୍ଵଚ୍ଛ ପାଣି ର ଉତ୍ତମ ବ୍ୟବସ୍ଥା ନଥିବାରୁ ଦିନ ତମାମ ପାଣି ଟୋପେ ପିଇବା ପାଇଁ ହଇରାଣ ହେଉଛନ୍ତି l ପାଇଖାନା, ପରିସ୍ରା ଗାର ଭଲ ଭାବରେ ସଫା ହେଉନଥିବାରୁ ଏହା ର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ l କୌଣସି ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ଏହା ସମ୍ଭବପର ହେଉନାହିଁ l ଯଦି କେତେବେଳେ କଲ ଗ୍ରହଣ କରୁଛନ୍ତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛନ୍ତି l ଜିଲ୍ଲାପାଳ ଏହାକୁ ଗୁରୁତର ସହ ବିଚାର କରି ତୁରନ୍ତ ସ୍କୁଲ ର କାର୍ଯ୍ୟକରି ଅଧ୍ୟକ୍ଷା ଙ୍କୁ ଡାକି ଚର୍ଚ୍ଚା କରି ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି l