ଓଡିଶା
ଡ୍ରାଇଭର ମହାସଂଘ ର ଦଣ୍ଡବତ ଶୋଭାଯାତ୍ରା l
ଓଡିଶା ଡ୍ରାଇଭର ମହାସଂଘ ୯ ଦଫା ଦାବୀ ନେଇ ଅଭିନବ ପ୍ରତିବାଦ ସ୍ଵରୂପ ଦଣ୍ଡବତ ଶୋଭାଯାତ୍ରା ଢେଙ୍କାନାଳ ସହର ମଧ୍ୟରେ ଆରମ୍ଭ ହୋଇଯାଇଛି l ହଜାର ହଜାର ସଂଖ୍ୟାରେ ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ ଅଧିକାର ନେଇ ସମ୍ବଲପୁର ଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି l ୮ ତାରିଖ ଦିନ ନବୀନ ନିବାସ ପହଞ୍ଚି ସରକାର ଙ୍କ ସହ ନିଜର ହକ୍ ପାଇଁ ଆଲୋଚନା କରିବାକୁ ସ୍ଥିର କରାଯାଇଛି l ଯଦି ରାଜ୍ଯ ସରକାର ସଂଘ ର ଦାବୀ ଉପରେ କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଷ୍ଟୟରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି l