ଓଡିଶା
ପରାକ୍ରମ ଦିବସ ପାଳନ ଅବସରରେ ମହିଳା ସଶକ୍ତିକରଣ କୁ ପ୍ରାଧାନ୍ୟ l
ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆରୋଗ୍ୟମ ୟୋଗ ଏଣ୍ଡ ୱେଲଫେଆର ଆସୋସିଏସନ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯାଇଛି l ନେତାଜୀଙ୍କ ର ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାକୁ ନିଜ ଜୀବନରେ ଅବଲମ୍ବନ କରି ନିଜକୁ ସଶକ୍ତ କରିବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ଅନୁଷ୍ଠାନ ର ନିର୍ଦ୍ଦେଶିକା ଅନସୂୟା ମିଶ୍ର କହିଥିଲେ l ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢି ନିଜ ବକ୍ତବ୍ୟରେ କହିଥିଲେ ଯେ କେବଳ ସଭା ସମିତି ଦ୍ୱାରା ନୂହେଁ ନିଜର ଚିନ୍ତନକୁ କାର୍ଯ୍ୟରେ ପରିଣତ କରିପାରିଲେ ମହିଳା ମାନେ ନିଶ୍ଚୟ ସଶକ୍ତ ହୋଇ ପାରିବେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭାପତି ସମ୍ପାଦକ, ଅନୁଷ୍ଠାନର ସଦସ୍ୟା ନିବେଦିତା ସାହୁ, ଯୋଗ ପ୍ରଶିକ୍ଷିକା ମନସ୍ଵିନୀ ମିଶ୍ର ଏବଂ କୋଷାଧ୍ଯକ୍ଷା ତୟବ ଅନସାରୀ ପ୍ରମୁଖ ଯୋଗ ଦେଇଥିଲେ l