ଓଡିଶା

ୱାର୍ଲ୍ଡକ୍ଲାସ୍ ଦୈନିକ ପନିପରିବା ମାର୍କେଟ l

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ବାଜିଚୌକ ସ୍ଥିତ ହୀରାସାଗର ମୁନିସିପାଲିଟି ଦୈନିକ ପାରିବା ଓ ମାଛ ମାଂସ ମାର୍କେଟ ନo – ୧ ଟି ଆଜି ୱାର୍ଡ଼କ୍ଲାସ୍ ପାରିବା ମାର୍କେଟ ରୂପେ ପରିଗଣିତ ହେବାକୁ ଯାଉଛି l ଉକ୍ତ ମାର୍କେଟ ଟି ସ୍ଥାପିତ ହେବା ଦିନ ଠାରୁ ଆଜଦିନ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଠାରୁ ମାର୍କେଟ ରାସ୍ତା କୁ ସଂଯୋଗୀକରଣ ପାଇଁ ଏକ କଙ୍କ୍ରିଟ୍ ରାସ୍ତା ଟି ହୋଇପାରିଲା ନାହିଁ l ପୌରପାଳିକା ଏହି ଦୈନିକ ମାର୍କେଟ ରୁ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ନିୟମିତ ଭାବେ ଆଦାୟ କରୁଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ତା ଅତିଶୋଚନୀୟ ହୋଇପଡିଛି l ଏଥିପାଇଁ ଖାଉଟି ପରିବା ମାର୍କେଟ ମଧ୍ୟକୁ ଯିବାକୁ ନାନାପ୍ରକାର ଅସୁବିଧା ଭୋଗୀ ଛୋଟ ବଡ ଦୁର୍ଘଟଣା ର ଶିକାର ହେଉଛନ୍ତି l ମାର୍କେଟ ର ମୁଖ୍ୟ ଦ୍ୱାର ସମ୍ମୁଖ ରାସ୍ତା ରେ ଜବରଦଖଲକାରୀ ଙ୍କ ଦ୍ଵାରା ରାସ୍ତା ଅବରୋଧ ହୋଇ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରୁଛି l ଉକ୍ତ ରାସ୍ତାଟିକୁ କଙ୍କ୍ରିଟ୍ କରାଯାଇ ଅବରୋଧକାରି ଙ୍କୁ ହଟାଗଲେ ପାର୍କିଂ ଏବଂ ଗମନାଗମନ ସୁଚାରୁରୂପେ ହୋଇପାରିବ l

Related Articles

Leave a Reply

Your email address will not be published. Required fields are marked *

Back to top button