ଓଡିଶା
ସ୍ତ୍ରୀ ର ଅନ୍ୟ ସହ ସମ୍ପର୍କ ନେଇ ସ୍ଵାମୀ ର ଆତ୍ମହତ୍ୟା l
ଢେଙ୍କାନାଳ ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ସ୍ତ୍ରୀ ର ଅନ୍ୟ ସହ ସମ୍ପର୍କ ନେଇ ସ୍ଵାମୀ ର ଆତ୍ମହତ୍ୟା l ଆତ୍ମହତ୍ଯା କରିଥିବା ବ୍ୟକ୍ତି ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ l କାମଦେବ ଦୁଇ ବର୍ଷ ରୁ ଉର୍ଦ୍ଧ ବିଦେଶରେ ରହି କାମକରୁଥିବା ବେଳେ ତାର ସୁଯୋଗ ନେଇ ସ୍ତ୍ରୀ ସନ୍ଧ୍ଯାରାଣୀ ଦାସ ଓ ମଦନ ସାହୁ ଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା l ଏହା ଜାଣିପାରି ସ୍ୱାମୀ କାମଦେବ ସହ୍ୟ କରି ନ ପାରି ଆମ୍ବ ଗଛ ରେ ଦଉଡି ଲଗାଇ ଆତ୍ମହତ୍ଯା କରିଛନ୍ତି l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l