ପର୍ଯ୍ୟଟନସ୍ଥଳୀ ଟୋଲ କର୍ମଚାରୀ ଙ୍କୁ ଏସ୍ ପି ଦେଲେ କଡା ବାର୍ତ୍ତା l
ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକ ଲିଜଧାରୀ ଟୋଲ କର୍ମଚାରୀ ଙ୍କ ଶୋଷଣ ର ଶୀକାର ହେଉଛନ୍ତି l ବିଭିନ୍ନ ସମୟରେ ଏହାକୁ ନେଇ ପୂର୍ବତନ ବିଧାୟକ, ସାମାଜିକ କର୍ମକର୍ତ୍ତା, ବୁଦ୍ଧିଜିବୀ, ଗଣମାଧ୍ୟମ ର ପ୍ରତିନିଧି ସ୍ଵରଉତ୍ତୋଳନ କରିଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉନଥିଲା l ୧୫ ଅଗଷ୍ଟ ରେ ଏପରି ଘଟଣା କୁ ଢେଙ୍କାନାଳ ଏସ୍ ପି ଜ୍ଞାନ ରଞ୍ଜନ ମହାପାତ୍ର ଗୁରୁତର ସହ ବିଚାର କରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ଟୋଲ ଲିଜ୍ ଧାରୀ ଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଆଗାମୀ ଦିନରେ ଯଦି ଏଭଳି ଅଭିଯୋଗ ଆସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲିଜ୍ ବାତିଲ୍ ପାଇଁ ଜିଲ୍ଲାପାଳ ଙ୍କୁ ପତ୍ର ଲେଖାଯିବ ବୋଲି ଚେତାବନୀ ଦେଇଛନ୍ତି l ଏବଂ ଜିଲ୍ଲାପାଳ ଓ ଏସ୍ ପି ନିୟମିତ ଭାବେ ଟୋଲ ଗୁଡିକୁ ଯାଂଚ କରିବାକୁ ନିଷ୍ପତ୍ତି ନିଆଯାଇଛି l ଏହି ବୈଠକରେ ସଦର ଥାନା ଏସ୍ ଡି ପିଓ ବିଭୂତି ଭୂଷଣ ମହାପାତ୍ର, ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ, ଟୋଲ ଲିଜଧାରୀ ଉପସ୍ଥିତ ଥିଲେ l