ଅପରାଧଓଡିଶାଜୀବନଶୈଳୀଦେଶବିଦେଶମନୋରଞ୍ଜନ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ମାଡି ବସିଲା ଭାଲୁ । ଭାଲୁ କାମୁଡାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ଏଭଳି ଘଟଣା ଘଟିଛି ଉଦଳା ବନାଂଚଳ ଅଧିନ ଜୁଆଳିଆ ଗ୍ରାମରେ । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ସକାଳ ସମୟରେ ନିକଟସ୍ଥ ବିଲକୁ ଶୌଚ ନିମନ୍ତେ ଯାଉଥିଲେ । ଏହି ସମୟରେ ହଠାତ୍ ଏକ ଭାଲୁ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଭାଲୁଟି ତାଙ୍କର ଜଙ୍ଘ ଏବଂ ବାମ ହାତକୁ ଗୁରୁତର ଭାବେ ଆକ୍ରମଣ କରିବା ସହିତ କାମୁଡି ଦେଇଥିଲା । ଏହା ସହିତ ଉପେନ୍ଦ୍ରଙ୍କୁ ମୁହଁକୁ କାମୁଡିବା ସହିତ ମୁହଁରୁ ମାଂସ ତାଡି ନେଇଛି ଭାଲୁ । ଭାଲୁ ଆକ୍ରମଣରେ ଗୁରୁତର ହୋଇ ଉପେନ୍ଦ୍ର ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚିଥିଲେ । ଭାଲୁଟି ଲୋକଙ୍କୁ ଦେଖି ଚାଲିଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତାଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button